March 11, 2018

ରାଞ୍ଚି ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡିଆ ଭାଷା ସାହିତ୍ୟରେ କୁମାରୀ ମମତା ରଥ ଏବଂ ସୁସ୍ମିତା ପ୍ରହରାଜଙ୍କ ସ୍ଵର୍ଣ୍ଣପଦକ ହାସଲ

ଝାଡଖଣ୍ଡ ପୁର୍ବୀ ସିଂଭୂମିର ଶାସନ ଗ୍ରାମରେ ସମ୍ବାଦ ସାହିତ୍ୟ ଶାସନ ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ବାଦ ସହିତ୍ୟଘରର ରାଜ୍ୟ ସଂଯୋଜିକା ଡ଼: ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଛିନ୍ନାଞ୍ଚଳରେ କେମିତି ଓଡ଼ିଆ ଭାଷାର ବିକାଶ ହୋଇପାରିବ, ସେ ଦିଗରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ଦୀନେଶ ଷଡଙ୍ଗୀ, ଦେବୀଦତ୍ତ ଶତପଥୀ, ଇଂ ମନୋଜ ଦଳବେହେରା, ଅନନ୍ତ ନାଏକ, ପାର୍ଥସାରଥୀ ପ୍ରହରାଜ ଏବଂ ଅନେକ ସାହିତ୍ୟିକ, କବି, କବୟିତ୍ରୀ, ଓଡ଼ିଆ ଭାଷାପ୍ରେମୀ ସମୂହ ଉପସ୍ଥିତ ଥିଲେ । ନଜରକୁ ଆସିଥିଲା, ବିଛିନାଞ୍ଚଳରେ ରହି ମଧ୍ୟ ଇଟାମୁଣ୍ଡା ଅଞ୍ଚଳର କୁମାରୀ ମମତା ରଥ ଏବଂ ବାହାଡାଗୋଡା ଅଞ୍ଚଳର ଜଣେ ଓଡ଼ିଆ ଝିଅ ରାଞ୍ଚି ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶେଷକରି ସ୍ୱଣ୍ଣ ପଦକ ହାସଲ କରିଛନ୍ତି । ସେହି ଅଞ୍ଚଳର ସୁସ୍ମିତା ପ୍ରହରାଜ ମଧ୍ୟ ଅନୁରୂପ ଓଡ଼ିଆରେ ସ୍ୱଣ୍ଣ ପଦକ ହାସଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ଉକ୍ତ ସଭାରେ ସମ୍ମାନିତ କରାଯାଇଛି ।



1 comment: