March 27, 2018

ରାଜ୍ୟ ପାଠାଗାର ମହାସଂଘ ପକ୍ଷରୁ ଓଡିଶାର ସମସ୍ତ ପାଠାଗାରକୁ ଏକାଠି କରିବାର ଆହ୍ଵାନ : ନିଶ୍ଚିତ ଭାବେ ଏହା ରାଜ୍ୟର ସାହିତ୍ୟିକ ବିକାଶ ଧାରାରେ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ


ଆସନ୍ତା ଏପ୍ରିଲ ୧ ତାରିଖ ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ସମସ୍ତ ପାଠାଗାରକୁ ଏକାଠି କରିବା ନିମନ୍ତେ ଓଡିଶା ରାଜ୍ୟ ପାଠାଗାର ମହାସଂଘ ପକ୍ଷରୁ ଆହ୍ଵାନ ଦିଆ ଯାଇଛି । ଏହି ଦିନ ଓଡିଶା ରାଜ୍ୟ ପାଠାଗାର ମହାସଂଘର କାର୍ଯ୍ୟାଳୟ ଓ ଆଲୋଚନାଚକ୍ର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବା ସହିତ ମହାସଂଘର କର୍ମକର୍ତ୍ତା ନିର୍ବାଚନ କରାଯିବାର ଯୋଜନା କରାଯାଇଅଛି । ପ୍ରାପ୍ତ ସୂଚନା ଅନୁସାରେ ଓଡିଶାର ସମସ୍ତ କୋଣ ଅନୁକୋଣରେ ଥିବା ଛୋଟ ବଡ ପାଠାଗାରର ସୂଚନା ସହିତ ଏହାର କର୍ମକର୍ତ୍ତାଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ଆଦି ଓଡିଶା ପାଠାଗାର ମହାସଂଘ ନିକଟରେ ପ୍ରଦାନ କରିବାକୁ ଅନୁରୋଧ କରାଯାଇଅଛି । ଏହା ନିଶ୍ଚିତ ଭାବେ ରାଜ୍ୟର ସାହିତ୍ୟିକ ବିକାଶ ଧାରାରେ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ଅଧିକ ସୂଚନା ନିମନ୍ତେ ୯୪୩୭୨୭୬୪୦୦ ନମ୍ବରରେ ଯୋଗାଯୋଗ କରିପାରନ୍ତି । (ସୌଜନ୍ୟ : ଭୁବନ ମୋହନ ମହାନ୍ତି, ବଣମଲ୍ଲୀର ମହକ)

2 comments:

  1. ରାଜ୍ୟ ସରକାରଙ୍କ ଅତି ସୁନ୍ଦର ପଦକ୍ଷେପ ...ଏହା ବହୁତ ଆଗରୁ ହେବାର ଥିଲା | ଆଉ ଏକ ପାଠାଗାର ଆନ୍ଦୋଳନ ର ଆହ୍ୱାନ ନିଶ୍ଚୟ ଏହି ଡିଜିଟାଲ ଯୁଗରେ ...ଅବଶ୍ୟ NIT ରାଉରକେଲା ,IIT ଖଡ଼ଗପୁର ଏହିପରି ପଦକ୍ଷେପ ଆଗରୁ ନେଇ ସାରିଛନ୍ତି

    ReplyDelete
  2. ଏହା ପଠାଗାର ଓ ପାଠକ ସଂଖ୍ଯା ବୃଦ୍ଧିରେ ସହାୟକ ହେବ।

    ReplyDelete