March 10, 2018

"ତୁମେ ଥରେ ନାରୀ ହୋଇ ଯାଅ" କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚନ

କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କ କବିତା ସଂକଳନ "ତୁମେ ଥରେ ନାରୀ ହୋଇ ଯାଅ" ଆଜି ବାରିପଦାସ୍ଥିତ ରୋଟାରୀ କ୍ଳବରେ ଉନ୍ମୋଚିତ ହୋଇଯାଇଛି । ଅନେକ କବି କବୟିତ୍ରୀ ତଥା ସାରସ୍ୱତ ସାଧକ ଓ ଜ୍ଞାନୀ ଗୁଣୀଙ୍କ ଉପସ୍ଥିତି ରେ ଏହି ପୁସ୍ତକଟିର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ସମାପନ ହୋଇଛି । ନାରୀ ମନସ୍ତତ୍ଵର ନିକ୍ଷୁଣ ଚିତ୍ର କବିତାର ପ୍ରତିଟି ପଂକ୍ତିରେ ବେଶ ସ୍ପଷ୍ଟ । କବୟତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କର ଏହି ସଂକଳନଟି ଓଡିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିବା ଦିଗରେ ବେଶ ସହାୟକ ହୋଇପାରିବ ଏହା ନିଃସନ୍ଦେହ । (ସୌଜନ୍ୟ : ଗୋପାଳ ଚନ୍ଦ୍ର ସାଓ, ଜିଲ୍ଲା ପ୍ରତିନିଧି, ବଣମଲ୍ଲୀର ମହକ, ମୟୂରଭଞ୍ଜ) 

0 comments:

Post a Comment