April 03, 2018

ଓଡିଶାର ପାରମ୍ପରିକ ଦଣ୍ଡପର୍ବ - ବଣମଲ୍ଲୀର ମହକ କ୍ୟାମେରାରେ ଖୋରଧା ଜିଲ୍ଲାର ମଙ୍ଗଳାଯୋଡିରେ ଅନୁଷ୍ଠିତ ଦଣ୍ଡଯାତ୍ରାର କିଛି ଝଲକ

ଦଣ୍ଡନୃତ୍ୟ ହେଉଛି ଓଡିଶାର ଏକ ପାରମ୍ପରିକ ନୃତ୍ୟକଳା । ଚୈତ୍ର ମାସର ମେରୁ ସଙ୍କ୍ରାନ୍ତିର ୧୩ ରୁ ୨୧ ଦିନ ପୂର୍ବରୁ ଏହି ନୈଷ୍ଠିକ ବ୍ରତ ଆରମ୍ଭ ହୋଇଥାଏ । ଏହି ବ୍ରତରେ ଯେଉଁମାନେ ଅଂଶଗ୍ରହଣ କରନ୍ତି ସେମାନଙ୍କୁ ଭକ୍ତା, ଭଗତା ବା ଦଣ୍ଡୁଆ ବୋଲି କୁହାଯାଏ । ଏହି ବ୍ରତର ମୁଖ୍ୟ ଦେବତା ଶିବ ପାର୍ବତୀ ଅଟନ୍ତି ଏବଂ ଏହି ବ୍ରତ କେବଳ ପୁରୁଷ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ଓଡିଶାର କିଛି ଅଞ୍ଚଳରେ ଖୁବ ନିଷ୍ଠାର ସହିତ ଖାଦ୍ୟ ଓ ପାନୀୟ ପରିତ୍ୟାଗ ପୂର୍ବକ ଏହି ବ୍ରତ ପାଳନ କରାଯାଇଥାଏ । ଅନେକ ବିଧି ବିଧାନ ଓ ନିଷ୍ଠାର ସହିତ ନିଜ ଶରୀରକୁ ତୁଚ୍ଛ କରି ଦଣ୍ଡୁଆ ମାନେ ନିଜକୁ ବିଭିନ୍ନ ଦଣ୍ଡ ପ୍ରଦାନ କରିଥାନ୍ତି, ଯଥା- ପାଣି ଦଣ୍ଡ, ଧୁଳି ଦଣ୍ଡ ଓ ଅଗ୍ନି ଦଣ୍ଡ ଆଦିକୁ ଆପଣେଇ ନେଇଥାନ୍ତି । ପ୍ରତିଦିନ ମଧ୍ୟରାତ୍ରିରେ ଭିନ୍ନ ଭିନ୍ନ ଅଞ୍ଚଳକୁ ଯାତ୍ରାକରି ମାନସିକ ଧାରୀ ନାଟୁଆ ମାନେ ଦଣ୍ଡନୃତ୍ୟ କଳା ପରିବେଷଣ କରିଥାନ୍ତି । ଓଡିଶାର ଅଧିକାଂଶ ଅଞ୍ଚଳରେ ଏହି ଆଧ୍ୟାତ୍ମିକ ପାରମ୍ପରିକ ପର୍ବ ଦେଖିବାକୁ ମିଳେ । (ବଣମଲ୍ଲୀର ମହକ କ୍ୟାମେରାରେ ଖୋରଧା ଜିଲ୍ଲାର ମଙ୍ଗଳାଯୋଡିରେ ଅନୁଷ୍ଠିତ ଦଣ୍ଡଯାତ୍ରାର କିଛି ଝଲକ)






1 comment:

  1. ଦଣ୍ଡନାଚରେ ରହିଛି ଅନେକ ଉପାଦାନ ଯାହା ଆମକୁ ପରମ୍ପରାର ପୁନରୁଦ୍ଧାର ସହିତ ଲୋକନୃତ୍ଯ ପ୍ରତି ଆକୃଷ୍ଟ କରେଇଥାଏ।ଚମତ୍କାର ହୋଇଛି।

    ReplyDelete