April 01, 2018

ଉତ୍କଳ ଦିବସ ଅବସରରେ ପୋଲସରାସ୍ଥିତ "ଆମ ଭାଷା ଆମ ସାହିତ୍ୟ" ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସ୍ତରୀୟ ଭାଷା ମହୋତ୍ସବ ପାଳନ

ତା ୦୧-୦୪-୨୦୧୮ ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲାର ପୋଲସରାସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ "ଆମ ଭାଷା ଆମ ସାହିତ୍ୟ" ପ୍ରତିଷ୍ଠାନର ଆବାହକ ଅଧ୍ୟାପକ ଜୟକୃଷ୍ଣ ଗୌଡ଼ଙ୍କ ଆବାହକତ୍ଵରେ ରାଜ୍ୟ ସ୍ତରୀୟ ଭାଷା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପାର୍ଥସାରଥୀ ଓ ଅଜୟ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଇତ୍ୟବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ କବି/କବୟିତ୍ରୀ ମାନେ ଯୋଗଦାନ କରିଥିଲେ ।  ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ଉକ୍ତ ସମାରୋହରେ ସମ୍ମାନୀତ କରାଯାଇଥିଲା । (ସୌଜନ୍ୟ : ଶୁଭକାନ୍ତ ସାହୁ, ପୋଲସରା, ଗଞ୍ଜାମ, ବଣମଲ୍ଲୀର ମହକ)

1 comment:

  1. ଅଧ୍ୟାପକ ଜୟକୃଷ୍ଣ ଗୌଡ଼ ସାର୍ ଙ୍କୁ ଏ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଧନ୍ୟବାଦ ଜଣାଇବା ସହ ସମ୍ବର୍ଦ୍ଧିତ ପ୍ରତଭା ମାନଙ୍କୁ ଶୁଭେଚ୍ଛା ଜଣାଉଛି।

    ReplyDelete