April 04, 2018

ଏକାଧାରାରେ ସାହିତ୍ୟିକ, ପ୍ରକାଶକ ତଥା ସମାଜସେବୀ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ କବି କୈଳାସ ଚନ୍ଦ୍ର ମହାପାତ୍ର ଫାଉଣ୍ଡେସନ୍ ଏବଂ ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା

ଭଞ୍ଜନଗର - ସ୍ଥାନୀୟ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହରେ ବ୍ରହ୍ମପୁରସ୍ଥିତ କବି କୈଳାସ ଚନ୍ଦ୍ର ମହାପାତ୍ର ଫାଉଣ୍ଡେସନ୍ ଏବଂ ଲୋହରାଖଣ୍ଡି ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧିତ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଂଚର ସଭାପତି ସୋମନାଥ ନାୟକ, ମୁଖ୍ୟବକ୍ତା ଭାବେ ଏନ୍.ଜି.ଓ କ୍ଲବର ସଭାପତି ତଥା ସମାଜସେବୀ ଶୂଳପାଣୀ ଶତପଥୀ, ସମ୍ମାନୀତ ଅତିଥିଭାବେ ରୋଟାରୀ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସି.ଆର.ସି.ସି. ଜ୍ୟୋସ୍ନା ଦେବୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ସମୟରେ ପ୍ରଭାତୀ ମଞ୍ଜରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ।  ପ୍ରଥମ ପର୍ଯ୍ୟାୟରେ ଫାଉଣ୍ଡେସନର ସଭାପତି କବି କୈଳାସ ଚନ୍ଦ୍ର ମହାପାତ୍ର ନିଜ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ସେ ୧୦୧ ଜଣ ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ଲାଗି ନିଶ୍ଚିତ କରି ଆଜ ସୁଦ୍ଧା ୯୦ଜଣ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ସାହିତ୍ୟିକ, ପ୍ରକାଶକ ତଥା ସମାଜସେବୀ ଚିନ୍ମୟ କୁମାର ବେବର୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ପରେ ପ୍ରଧାନଶିକ୍ଷକ ଅଜିତ ମହାପାତ୍ର, ରଣବା ପଂଚାୟତର ସରପଂଚ ଭିକାରୀ ମଳିକ, ସମାଜସେବୀ ଅନନ୍ତ ପତି, ଅଧ୍ୟାପକ ଗୁରୁମୂର୍ତୀ ନାୟକ, ପ୍ରଧାନଶିକ୍ଷକ ପୀତାମ୍ବର ପରିଡ଼ା, ଅଧ୍ୟାପକ ବି.ଗୋବିନ୍ଦ ରାଓ, ସମ୍ବାଦର ପ୍ରତିନିଧି ସୁରେଶ ନାଇଡ଼ୁ ଶ୍ରୀ ବେବର୍ତାଙ୍କ କାର୍ଯ୍ୟଧାରା ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସଂସଦ ତରଫରୁ କବି କୈଳାସ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ କବିତା ସ୍ୱାଇଁ ସହଯୋଗ କରିଥିବା ସମୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ । (ସୌଜନ୍ୟ : ବଣମଲ୍ଲୀର ମହକ)

0 comments:

Post a Comment