April 01, 2018

ଉତ୍କଳ ଦିବସ ସାହିତ୍ୟ ସମାରୋହରେ ସୁସାହିତ୍ୟିକ ଓ କବି ଭାଗିରଥୀ ବେହେରା ଓ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ "ଦିବ୍ୟଧାରା ସାହିତ୍ୟ ସମ୍ମାନ" ପ୍ରଦାନ ଓ କବିତା ସଂକଳନ "ନଦୀର ନାମ ଋତୁମତୀ" ର ଉନ୍ମୋଚନ

ଆଜି ତା ୦୧-୦୪-୨୦୧୮ରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଦିବ୍ୟଧାରା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଇତ୍ୟବସରରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ କବି/କବୟିତ୍ରୀ ବୃନ୍ଦ ଯୋଗଦାନ କରିଥିଲେ । ଏହି ସମାରୋହରେ କବି ଶ୍ରୀ ଭାଗିରଥୀ ବେହେରାଙ୍କ କବିତା ସଂକଳନ "ନଦୀର ନାମ ଋତୁମତୀ" ଉନ୍ମୋଚନ ହୋଇଥିଲା ଏବଂ ଶ୍ରୀ ଭାଗିରଥୀ ବେହେରା ଓ ବର୍ଷୀୟାନ କବି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ୨୦୧୮ ମସିହା ନିମନ୍ତେ ଦିବ୍ୟଧାରା ସାହିତ୍ୟ ସଂସଦ ପକ୍ଷରୁ "ଦିବ୍ୟଧାରା ସାହିତ୍ୟ ସମ୍ମାନ" ରେ କରାଯାଇଥିଲା । (ସୌଜନ୍ୟ : ଶୁଭକାନ୍ତ ସାହୁ,  ପୋଲସରା, ବଣମଲ୍ଲୀର ମହକ)

1 comment:

  1. ମୁଁ କୃଷ୍ଣଚନ୍ଦ୍ର ତ୍ରିପାଠୀ ସାର୍ ଙ୍କୁ ପ୍ରାପ୍ତ ସମ୍ମାନ ପାଇଁ ଅଭିନନ୍ଦନ ଜଣାଇବା ସହ ଭାଗିରଥୀ ବେହେରା ସାର୍ ଙ୍କୁ ଉଭୟ ସମ୍ମାନ ଓ ପ୍ରକାଶିତ ପୁସ୍ତକ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

    ReplyDelete