March 22, 2018

ପଟ୍ଟାଭିଷେକ-ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋସ୍ଚବରେ ଜଗଦଗୁରୁ ଶଙ୍କାରାଚାର୍ଯ୍ୟଙ୍କ ଶୁଭାଗମନ - ଭକ୍ତିପୂତ୍ତ ପରିବେଶ ଓ ସାଧୁସନ୍ଥ ମାନଙ୍କ ଗହଣରେ ସଂସ୍କାରଧର୍ମୀ ସାରସ୍ଵତ ସମାରୋହ ପାଳିତ ଏବଂ ପ୍ରତିଭା ସମ୍ବର୍ଦ୍ଧନା

ମାର୍ଚ୍ଚ ୨୨ ତାରିଖ ଗୁରୁବାର ଦିନ ଶଙ୍କାରାଚାର୍ଯ୍ୟ ସ୍ଵାଗତ ସମିତି ଆନୁକୁଲ୍ୟରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇସ୍ଥିତ ବାବା ଅରୁଣେଶ୍ଵର ମହାଦେବଙ୍କ ମେଳା ପ୍ରାଙ୍ଗଣରେ ପାଳିତ ହେଉଥିବା ନବଦିନବ୍ୟାପୀ ପଟ୍ଟାଭିଷେକ-ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋସ୍ଚବର ପଞ୍ଚମ ଦିବସରେ ଗୋବର୍ଦ୍ଧନ ମଠ, ପୁରୀର ପିଠାଧିଶ୍ଵର ଶ୍ରୀମଦ ଜଗତଗୁରୁ ଶଙ୍କାରାଚାର୍ଯ୍ୟ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ଶୁଭାଗମନ ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ, ଘଟାଧିବାସ, ଗୁରୁ ଗୋ-ପୂଜନ, ସନ୍ଥ ପୂଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟ ଉଦଘାଟନ କରାଯାଇଥିଲା । ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦିନେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭଜନ ସମାରୋହର ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ଅରୂପମା ନାୟକ ଏହି ଭଜନ ସମାରୋହକୁ ପରିଚାଳନା କରିବା ସହ ଅର୍ଚ୍ଚିତା ଦାସ, ମାଧବାନନ୍ଦ ଦାସ, ଲୁଲୁ ଗୋଛାୟତ, ଜୟଶ୍ରୀ ଦାସ, ସ୍ତସ୍ତିକା ବେହେରା, ସୂର୍ଯ୍ୟ ନାରାୟଣ ପଣ୍ଡା, କୌଶିକ ପଣ୍ଡା, ଆଦ୍ୟଶା ଦାସ, ସତ୍ୟମ ମଲ୍ଲିକ, ସତ୍ୟ ରଞ୍ଜନ ବାରିକ ପ୍ରମୁଖ କଣ୍ଠଶିଳ୍ପୀ ମାନେ ଅଂଶଗ୍ରହଣ କରି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟରେ ସଂସ୍କାରଧର୍ମୀ ସାରସ୍ଵତ ସମାରୋହ ଓ କବିତା ପାଠୋସ୍ଚବରେ ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ ଦାଶ ଅଧ୍ୟକ୍ଷତା କରିଥିଲେ । ସ୍ମୃତିଲିପି ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଭୂବନ ମୋହନ ମହାନ୍ତି, ସାହିତ୍ୟ ବାର୍ତ୍ତାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହାଣୀ, ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାସ, ପାଇକରାୟ ଚନ୍ଦ୍ରମଣି ପାତ୍ର, ଶ୍ରୀଯୁକ୍ତ ସରୋଜ ପାଗଳ ଆଦି ମଞ୍ଚ ସଞ୍ଚାଳନା କରିଥିବା ବେଳେ ସୁଶ୍ରୀ ସରିତା ସାହୁ ଏବଂ ଅର୍ପିତା ସାହୁ ସଭା ମଞ୍ଚରେ ସଂଯୋଜନା କାର୍ଯ୍ୟ ତୁଲାଇଥିଲେ । କବିତା ପାଠରେ ବହୁ କବି କବୟତ୍ରୀ ଗଣ ସେମାନଙ୍କର ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ଏହି ଦୁଇଟି ପର୍ଯ୍ୟାୟର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇଥିବା କବି, କବୟତ୍ରୀ ଓ କଳାକାର ଆଦି ପ୍ରତିଭାଧାରୀ ମାନଙ୍କୁ ଉପସ୍ଥିତ ସାଧୁସନ୍ଥ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । (ସୌଜନ୍ୟ - ଭୁବନ ମୋହନ ମହାନ୍ତି, ଯାଜପୁର, ବଣମଲ୍ଲୀର ମହକ)

1 comment:

  1. ଗୁରୁଙ୍କୁ ପ୍ରଣାମ ଓ ଅଭିନନ୍ଦନ

    ReplyDelete